ସୋଆରେ ଉନ୍ମୋଚିତ ହେଲା ପ୍ଲାଷ୍ଟିନେସନ୍ ପୁସ୍ତକ ‘ପ୍ରିଜର୍ଭିଂ ଆନାଟୋମି’
Yuva Samay
Πλήρης απασχόληση
Πάτρα
- ଶିକ୍ଷା
Saswati Patra July 21, 2026 (Last updated: July 21, 2026)
Share This Article:
ଭୁବନେଶ୍ୱର, ଜୁଲାଇ ୨୦: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ‘ପ୍ରିଜର୍ଭିଂ ଆନାଟୋମି : ଦି ୱାର୍ଲ୍ଡ ଅଫ୍ ପ୍ଲାଷ୍ଟିନେସନ୍’ ଶୀର୍ଷକ ଏକ ନୂତନ ଗବେଷଣାତ୍ମକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ସୋଆ ଦ୍ୱାରା ସଞ୍ଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଆନାଟୋମି ବିଭାଗ ପ୍ରଫେସର ଡାକ୍ତର ଶିଶିର କୁମାରଙ୍କ ଦ୍ୱାରା ଲିଖିତ ଏହି ଗ୍ରନ୍ଥଟି ମାନବ ଶରୀର ସଂରକ୍ଷଣ ବିଜ୍ଞାନ (ପ୍ଲାଷ୍ଟିନେସନ୍) କ୍ଷେତ୍ରରେ ଏକ ଅନନ୍ୟ ସଂଯୋଜନ। ଏଥିରେ ପ୍ଲାଷ୍ଟିନେସନ୍ର ବୈଜ୍ଞାନିକ ପ୍ରଣାଳୀ, ଶିକ୍ଷାଦାନ, ନୂତନ ଗବେଷଣା ଏବଂ ଶରୀର ବିଜ୍ଞାନ ଅଧ୍ୟୟନରେ ଏହାର ବାସ୍ତବ ପ୍ରୟୋଗ ସମ୍ପର୍କରେ ପ୍ରଞ୍ଜଳ ଭାବେ ବର୍ଣ୍ଣନା କରାଯାଇଛି। ଏହି ସନ୍ଦର୍ଭ ଗ୍ରନ୍ଥଟି ମେଡିକାଲ୍ ପଢ଼ୁଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ ଓ ଆନାଟୋମି ବିଶେଷଜ୍ଞମାନଙ୍କ ପାଇଁ ଶିକ୍ଷାଦାନ ଓ ସୂଚନା ଗ୍ରହଣରେ ଅତ୍ୟନ୍ତ ସହାୟକ ହେବ ବୋଲି ପ୍ରଫେସର ନାୟକ ପ୍ରକାଶ କରିଛନ୍ତି।
ଏହି ପୁସ୍ତକର ‘ରିସର୍ଚ୍ଚ ଆପ୍ଲିକେସନ୍ ଅଫ୍ ପ୍ଲାଷ୍ଟିନେସନ୍’ ଅଧ୍ୟାୟକୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ରିପ୍ରୋଡକ୍ଟିଭ୍ ମେଡିସିନ୍ ଆଣ୍ଡ ସର୍ଜରୀ ବିଭାଗ ପ୍ରମୁଖ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ରଚନା କରିଥିବା ବେଳେ, ଏଥିରେ ପ୍ଲାଷ୍ଟିନେସନ୍ ପ୍ରଯୁକ୍ତିର ଆଗାମୀ ସମ୍ଭାବନା ଉପରେ ଚର୍ଚ୍ଚା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗ୍ରନ୍ଥକାର ଡାକ୍ତର ଶିଶିର କୁମାର ଜର୍ମାନୀର ‘ବାୟୋଡୁର ଜିଏମ୍ବିଏଚ୍ ସେଣ୍ଟର ଫର୍ ପ୍ଲାଷ୍ଟିନେସନ୍’ରୁ ବିଶେଷ ପ୍ରଶିକ୍ଷଣ ନେବା ସହ ଏହି ପ୍ରଯୁକ୍ତିର ଆଦ୍ୟ ପ୍ରବର୍ତ୍ତକ ଡା. ଗୁନ୍ଥର ଭନ୍ ହାଗେନ୍ସଙ୍କ ପ୍ରତ୍ୟକ୍ଷ ସହଯୋଗୀମାନଙ୍କଠାରୁ ତାଲିମ ପ୍ରାପ୍ତ ହୋଇଛନ୍ତି। ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ (କ୍ୟାମ୍ପସ–୩, ବ୍ରହ୍ମପୁର)ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗ୍ରହଣ କରିଥିଲେ।
About The Author
Saswati Patra
Author
View All Posts
Post navigation
Previous: MV GOLDEN LEO ଜାହାଜ ଉପରେ ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା
Next: ରଥ ନିର୍ମାଣର ଅସାଧାରଣ କାରିଗରୀକୁ ଆଶୀର୍ବାଦର ସଲାମ୍: ଆରମ୍ଭ ହେଲା ‘ଗୁଣାତ୍ମକ ପରମ୍ପରା’ ଅଭିଯାନ
About The Author
Saswati Patra
Author
View All Posts
Post navigation
Previous: MV GOLDEN LEO ଜାହାଜ ଉପରେ ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା
Next: ରଥ ନିର୍ମାଣର ଅସାଧାରଣ କାରିଗରୀକୁ ଆଶୀର୍ବାଦର ସଲାମ୍: ଆରମ୍ଭ ହେଲା ‘ଗୁଣାତ୍ମକ ପରମ୍ପରା’ ଅଭିଯାନ
Πώς να εφαρμόσει
Για να υποβάλετε αίτηση για αυτήν την εργασία θα πρέπει να εξουσιοδοτήσετε στον ιστότοπό μας. Εάν δεν έχετε ακόμα λογαριασμό, εγγραφείτε.
Δημοσιεύστε ένα βιογραφικό