ସୋଆ ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ: ଦୁଇ ଦଶନ୍ଧିର ସଫଳତା ଓ ଅଗ୍ରଗତିର ସ୍ମୃତିଚାରଣ

Yuva Samay
Πλήρης απασχόληση
Πάτρα
  • ଶିକ୍ଷା

ସୋଆ ବିଶ୍ୱବିଦ୍ୟାଳୟର ୨୦ତମ ପ୍ରତିଷ୍ଠା ଦିବସ: ଦୁଇ ଦଶନ୍ଧିର ସଫଳତା ଓ ଅଗ୍ରଗତିର ସ୍ମୃତିଚାରଣ

Saswati Patra July 18, 2026 (Last updated: July 18, 2026) 1 minute read

Share This Article:

ଭୁବନେଶ୍ୱର, ଜୁଲାଇ ୧୭: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ୟୁନିଭର୍ସିଟିର ୨୦ତମ ପ୍ରତିଷ୍ଠା ଦିବସ ଗଭୀର ଉତ୍ସାହ ଓ ଆନନ୍ଦପୂର୍ଣ୍ଣ ପରିବେଶରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା, ଉତ୍କର୍ଷତା ଓ ଅଗ୍ରଗତିକୁ ସ୍ମରଣ କରାଯିବା ସହ ଭବିଷ୍ୟତରେ ଅଧିକ ଉଚ୍ଚ ସଫଳତା ସହ ବିଶ୍ୱବିଦ୍ୟାଳୟକୁ ଆଗେଇ ନେବା ପାଇଁ ଆହ୍ୱାନ ଦିଆଯାଇଥିଲା। ଉତ୍ସବରେ ବିଶ୍ୱବିଦ୍ୟାଳୟର ୪ ଜଣ ପୂର୍ବତନ କୁଳପତି ଯୋଗଦେଇ ନିଜର ଅଭିଜ୍ଞତା ବଖାଣିବା ସହ ସୋଆର ଆଶାତୀତ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୦ ବର୍ଷ ମଧ୍ୟରେ ସୋଆକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଓ ବିକଶିତ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ପୂରଣରେ ସୋଆ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ସହ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇବା ଉଚିତ।

ଏହି ସମାରୋହରେ ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର (ଡାକ୍ତର) ବାନାର୍ଜୀଙ୍କ ସମେତ ପୂର୍ବତନ କୁଳପତି ପ୍ରଫେସର ମହୀପାଳ ଜୈն, ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ। ସୋଆର ବର୍ତ୍ତମାନର କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉଦ୍ବୋଧନ ଦେଇ କହିଥିଲେ ଯେ, ପୂର୍ବତନ କୁଳପତିମାନେ ବିଭିନ୍ନ କଠିନ ପରିସ୍ଥିତିରେ ସୋଆକୁ ସଫଳତାର ସହ ଆଗେଇ ନେଇଥିଲେ। ସୋଆର ବିଶେଷତ୍ୱ ହେଉଛି, ଏହା ପ୍ରତ୍ୟେକ ଆହ୍ୱାନର ସାମ୍ନା କରି ସଫଳତାର ସହ ଆଗକୁ ବଢ଼ିଛି। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ସୋଆକୁ ଏକ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ପ୍ରଶଂସା କରିଥିବା ସେ ଉଲ୍ଲେଖ କରିଥିଲେ। ସୋଆରେ ଗୁଣାତ୍ମକ ଗବେଷଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ବିଶ୍ୱବିଦ୍ୟାଳୟରେ ୧୮ଟି ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଏବଂ ୬୦ଟି ଗବେଷଣା ପରୀକ୍ଷାଗାର ସ୍ଥାପିତ ହୋଇଛି। ବର୍ତ୍ତମାନ ସମୟରେ ଅնୁବାଦାତ୍ମକ (ଟ୍ରାନ୍ସଲେସନାଲ) ଏବଂ ସହଯୋଗାତ୍ମକ ଗବେଷଣାର ଆବଶ୍ୟକତା ଥିବା ବେଳେ ସୋଆ ଏପର୍ଯ୍ୟନ୍ତ ୧୦୭ଟି ପେଟେଣ୍ଟ ହାସଲ କରି ସାରିଛି ଓ ସେଥିମଧ୍ୟରୁ ୩ଟିର ବ୍ୟାବସାୟିକ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଛି।

ପ୍ରଫେସର ନନ୍ଦ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋରଞ୍ଜନ ନାୟକଙ୍କ ଦୃଢ଼ ନେତୃତ୍ୱର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, କଠିନ ସମୟରେ ସେ ଅବିଚଳ ରହି ଦୃଢ଼ତାର ସହ ବିଶ୍ୱବିଦ୍ୟାଳୟକୁ ଆଗେଇ ନେଇଥିଲେ, ଯାହା ଫଳରେ ସୋଆ ଆଜି ଦେଶର ଅଗ୍ରଣୀ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ସେହିପରି ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ, ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକ ଓଡ଼ିଶାରେ ବୈଷୟିକ ଶିକ୍ଷାର ପ୍ରତିଷ୍ଠା ନେଇ ଯେଉଁ ଦୂରଦୃଷ୍ଟି ରଖିଥିଲେ, ତାହା ବର୍ତ୍ତମାନ ୨୦ ବର୍ଷ ପରେ ସ୍ପଷ୍ଟ ପ୍ରତିଫଳିତ ହେଉଛି। ଏହା ସହ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ସହାୟତା ମିଳୁଛି। ଅନ୍ୟପଟେ ପ୍ରଫେସର ବାନାର୍ଜୀ ସୂଚନା ଦେଇଥିଲେ ଯେ, ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନଆଇଆରଏଫ) ର୍ୟାଙ୍କିଙ୍ଗରେ ଦେଶରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ପୂର୍ବ ଭାରତର ବେସରକାରୀ କ୍ଷେତ୍ରରେ ପ୍ରଥମ ପ୍ରାଣୀ ଚିକିତ୍ସାଳୟ ସ୍ଥାପନ କରିଛି ଏବଂ ଏହାର ଗବେଷଣା ପ୍ରବନ୍ଧ ଓ ପ୍ରକାଶନର ଗୁଣବତ୍ତା ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ରହିଛି।

କାର୍ଯ୍ୟକ୍ରମରେ ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ସୋଆକୁ ଏକ ସାମାଜିକ ଅନ୍ତର୍ଭୁକ୍ତିକରଣ ଭିତ୍ତିକ ବିଶ୍ୱବିଦ୍ୟାଳୟ ଭାବେ ବର୍ଣ୍ଣନା କରି ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣାର ପଦ୍ଧତିରେ ଆସୁଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏକ ନୂତନ ଦୂରଦୃଷ୍ଟିପୂର୍ଣ୍ଣ ଦସ୍ତାବିଜ ଓ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତିଷ୍ଠାତା ସଭାପତିଙ୍କ ଉଦ୍ୟୋଗୀ ମନୋଭାବର ପ୍ରଶଂସା କରିଥିଲେ। ଅନ୍ୟତମ ପୂର୍ବତନ କୁଳପତି ପ୍ରଫେସର ମହୀପାଳ ଜୈନ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବ୍ୟକ୍ତିତ୍ୱର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ସୋଆର ରେଜିଷ୍ଟ୍ରାର ତଥା ଉପ-କୁଳପତି ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ନୀତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସଫଳତାର ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ୧୯୯୬-୯୭ ଶିକ୍ଷାବର୍ଷରେ ‘ଶିକ୍ଷା ଓ ଅନୁସନ୍ଧାନ’ ଅଧୀନରେ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପ୍ରତିଷ୍ଠା ମାତ୍ର ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଏହି ଅନୁଷ୍ଠାନ କେବଳ ଏକ ନୂତନ ଇଞ୍ଜିନିୟରିଂ କଲେଜ ନୁହେଁ, ବରଂ ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦିଗନ୍ତର ଶୁଭାରମ୍ଭ ଥିଲା। ଆଜି ୧୦ଟି ଶିକ୍ଷା କ୍ଷେତ୍ରରେ ୧୩ଟି ସାମ୍ବିଧାନିକ ଅନୁଷ୍ଠାନକୁ ନେଇ ସୋଆ ଏକ ପ୍ରତିଷ୍ଠିତ ବହୁବିଷୟକ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି, ଯାହାକୁ ଗତ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ପକ୍ଷରୁ ‘ଡିମ୍ଡ ଟୁ ବି ୟୁନିଭର୍ସିଟି’ ର ମାନ୍ୟତା ପ୍ରଦାନ କରାଯାଇଥିଲା।

About The Author

Saswati Patra

Author

View All Posts

Post navigation

Previous: ନିଟ୍ ୨୦୨୬ ଫଳାଫଳ: ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା, ଭୁବନେଶ୍ୱର ବିଦ୍ୟାପୀଠରେ ଉତ୍ସାହ

Next: ଓଡ଼ିଶାରେ ଗଠନ ହେବ ‘ଷ୍ଟେଟ୍ ସ୍ପେଶାଲ ସେଲ୍’, ଏଣିକି ପ୍ରତି ପ୍ରକଳ୍ପ ହେବ ହାଇଟେକ୍!

About The Author

Saswati Patra

Author

View All Posts

Post navigation

Previous: ନିଟ୍ ୨୦୨୬ ଫଳାଫଳ: ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା, ଭୁବନେଶ୍ୱର ବିଦ୍ୟାପୀଠରେ ଉତ୍ସାହ

Next: ଓଡ଼ିଶାରେ ଗଠନ ହେବ ‘ଷ୍ଟେଟ୍ ସ୍ପେଶାଲ ସେଲ୍’, ଏଣିକି ପ୍ରତି ପ୍ରକଳ୍ପ ହେବ ହାଇଟେକ୍!

Πώς να εφαρμόσει

Για να υποβάλετε αίτηση για αυτήν την εργασία θα πρέπει να εξουσιοδοτήσετε στον ιστότοπό μας. Εάν δεν έχετε ακόμα λογαριασμό, εγγραφείτε.

Δημοσιεύστε ένα βιογραφικό