ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ: ସାମ୍ସ ପୋର୍ଟାଲରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

Yuva Samay
Πλήρης απασχόληση
Πάτρα
  • ଶିକ୍ଷା

ପିଜି ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ: ସାମ୍ସ ପୋର୍ଟାଲରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ

Saswati Patra July 3, 2026 (Last updated: July 3, 2026) 1 minute read

Share This Article:

ଭୁବନେଶ୍ୱର, ୨ ଜୁଲାଇ (୨୦୨୬): ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ (CPET) ର ପରୀକ୍ଷାଫଳ ଆଜି ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷ ୨୦२୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ପ୍ରତିକ୍ଷା କରିଥିବା ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସାମ୍ସ ପୋର୍ଟାଲକୁ ଯାଇ ନିଜ ନିଜର ରେଜଲ୍ଟ ଦେଖିପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସର୍ବମୋଟ୍ ୫୦ଟି ଭିନ୍ନ ଭିନ୍ନ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଇଥିଲା।

ଚଳିତ ବର୍ଷ ଏହି ପରୀକ୍ଷା ପାଇଁ ୫୮,୬୧୩ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩,୯୦୧ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଚଳିତ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୧୩୨ଟି ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ସମୁଦାୟ ୩୨,୩୦୯ଟି ସିଟ୍ ରହିଛି। ଏହି ସମସ୍ତ ଆସନରେ ନାମଲେଖା ସମ୍ପୂର୍ଣ୍ଣ ଭାବେ ପ୍ରବେଶିକା ପରୀକ୍ଷାରେ ମିଳିଥିବା ମାର୍କ ଏବଂ ମେଧା ତାଲିକା ଆଧାରରେ ହିଁ କରାଯିବ। ପରୀକ୍ଷାଫଳ ପ୍ରକାଶ ପାଇବା ପରେ ନାମଲେଖା ପ୍ରକ୍ରିୟା ପାଇଁ ଆବଶ୍ୟକ ହେଉଥିବା ପରବର୍ତ୍ତୀ କାଉନସେଲିଂ ଓ ଆଡ଼ମିଶନର ବିସ୍ତୃତ ସମୟସୂଚୀ ଖୁବଶୀଘ୍ର ସାମ୍ସ ପୋର୍ଟାଲରେ ଉପଲବ୍ଧ କରାଯିବ ବୋଲି ବିଭାଗୀୟ ସୂଚନାରୁ ଜଣାପଡ଼ିଛି।

About The Author

Saswati Patra

Author

View All Posts

Post navigation

Previous: ‘ସମାହିତା’ କର୍ମଶାଳାରେ ସ୍ଥାୟୀ ଜୀବିକା ଓ ଆତ୍ମନିର୍ଭର ଉପରେ ଆଲୋଚନା

Next: ମୁଖ୍ୟ ଶାସନ ସଚିବଙ୍କ ନୂତନ ଓଏସଡି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପିନାକୀ ପଟନାୟକ

About The Author

Saswati Patra

Author

View All Posts

Post navigation

Previous: ‘ସମାହିତା’ କର୍ମଶାଳାରେ ସ୍ଥାୟୀ ଜୀବିକା ଓ ଆତ୍ମନିର୍ଭର ଉପରେ ଆଲୋଚନା

Next: ମୁଖ୍ୟ ଶାସନ ସଚିବଙ୍କ ନୂତନ ଓଏସଡି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପିନାକୀ ପଟନାୟକ

Πώς να εφαρμόσει

Για να υποβάλετε αίτηση για αυτήν την εργασία θα πρέπει να εξουσιοδοτήσετε στον ιστότοπό μας. Εάν δεν έχετε ακόμα λογαριασμό, εγγραφείτε.

Δημοσιεύστε ένα βιογραφικό