କିସ୍ର ୧୧ ଜନଜାତି ଛାତ୍ରଛାତ୍ରୀଙ୍କ ନିଟ୍ ସଫଳତା: ଡାକ୍ତର ହେବେ ଆଦିବାସୀ ପିଲା

Yuva Samay
Πλήρης απασχόληση
Πάτρα
  • ଶିକ୍ଷା

କିସ୍ର ୧୧ ଜନଜାତି ଛାତ୍ରଛାତ୍ରୀଙ୍କ ନିଟ୍ ସଫଳତା: ଡାକ୍ତର ହେବେ ଆଦିବାସୀ ପିଲା

Saswati Patra July 17, 2026

Share This Article:

ଭୁବନେଶ୍ୱର, ୧୭ ଜୁଲାଇ: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ (କିସ୍)ର ୧୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତକାର୍ଯ୍ୟ ହୋଇ ଡାକ୍ତର ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତକାଲି ପ୍ରକାଶ ପାଇଥିବା ନିଟ୍ ଫଳାଫଳ ଅନୁଯାୟୀ, ସଫଳତା ପାଇଥିବା ଏହି ମେଧାବୀ ଛାତ୍ରଛାତ୍ରୀମାନେ ହେଲେ ଲକ୍ଷ୍ମୀ ବିରୁଆ, ଜୟାବ ମାଝି, ଅନିତା ବଇପାଇ, ଗଣେଶ ହେମ୍ବ୍ରମ, ମୁସ୍କାନ ମହାନନ୍ଦିଆ, ଲକ୍ଷ୍ମୀ ବାନରା, ଡାଙ୍ଗି ଟୁଡୁ, ସରିବାଳା ମୁଣ୍ଡା, ମୌସୁମୀ ମାଝି, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ଓ ସନ୍ତୋଷୀ ମାର୍ଡି। ଏହି ସଫଳତାରେ ବିଶେଷତ୍ୱ ହେଉଛି ଯେ, ଚଳିତ ବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ନିଟ୍ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କ ମଧ୍ୟରେ ଓଡ଼ିଶା ସମେତ ପଡ଼ୋଶୀ ଝାଡ଼ଖଣ୍ଡର ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି।

ଜନଜାତି ସଂପ୍ରଦାୟର ପ୍ରଥମ ପିଢୀର ଏହି ଶିକ୍ଷାର୍ଥୀଙ୍କ ଅଦ୍ଭୁତପୂର୍ବ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗଭୀର ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, କିସ୍ ପକ୍ଷରୁ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷା, ମାଗଣା କୋଚିଂ, ଉପଯୁକ୍ତ ଯତ୍ନ ଏବଂ ଉନ୍ନତ ଶୈକ୍ଷିକ ପରିବେଶ ଯୋଗୁଁ ହିଁ ପିଲାମାନେ ଏଭଳି ସଫଳତା ଲାଭ କରିପାରିଛନ୍ତି। ଜନଜାତି ସମାଜର ପ୍ରଥମ ପିଢୀର ପିଲାମାନେ ନିଟ୍ ପରି ଏକ ପ୍ରତିଷ୍ଠିତ ଜାତୀୟ ସ୍ତରର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମଗ୍ର ଜନଜାତି ସମାଜ ପାଇଁ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇ ଦିନରାତି ଚେଷ୍ଟା ଜାରି ରଖିଥିବା ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ, କିସ୍ର ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଯେପରି ନିଟ୍ ଏବଂ ଅନ୍ୟାନ୍ୟ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷା ପାଇପାରିବେ, ସେଥିପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ସ୍ୱତନ୍ତ୍ର ଓ ମାଗଣା କୋଚିଂର ବ୍ୟବସ୍ଥା କରାଯାଉଛି, ଯାହା ଫଳରେ ପ୍ରତିବର୍ଷ ଏଠାକାର ପିଲାମାନେ ସଫଳତାର ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି।

About The Author

Saswati Patra

Author

View All Posts

Post navigation

Previous: ନିଟ ପରୀକ୍ଷାରେ ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ ଭୁବନେଶ୍ୱରର ୧୧ ଜଣ ଛାତ୍ରଛାତ୍ରୀଙ୍କ ସଫଳତା

Next: ନିଟ୍ ୨୦୨୬ ଫଳାଫଳ: ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା, ଭୁବନେଶ୍ୱର ବିଦ୍ୟାପୀଠରେ ଉତ୍ସାହ

About The Author

Saswati Patra

Author

View All Posts

Post navigation

Previous: ନିଟ ପରୀକ୍ଷାରେ ଆକାଶ ଏଜୁକେସନାଲ ସର୍ଭିସେସ୍ ଲିମିଟେଡ ଭୁବନେଶ୍ୱରର ୧୧ ଜଣ ଛାତ୍ରଛାତ୍ରୀଙ୍କ ସଫଳତା

Next: ନିଟ୍ ୨୦୨୬ ଫଳାଫଳ: ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଚମତ୍କାର ସଫଳତା, ଭୁବନେଶ୍ୱର ବିଦ୍ୟାପୀଠରେ ଉତ୍ସାହ

Πώς να εφαρμόσει

Για να υποβάλετε αίτηση για αυτήν την εργασία θα πρέπει να εξουσιοδοτήσετε στον ιστότοπό μας. Εάν δεν έχετε ακόμα λογαριασμό, εγγραφείτε.

Δημοσιεύστε ένα βιογραφικό