ଭୁବନେଶ୍ବର ବିଶ୍ୱ ଦକ୍ଷତା କେନ୍ଦ୍ରର ସପ୍ତମ ବ୍ୟାଚ୍ ସମାବର୍ତ୍ତନ ଉତ୍ସବ: “ସଫଳତା ପାଇଁ ଦକ୍ଷତା ହେଉଛି ନୂତନ କରେନ୍ସି”

Yuva Samay
Πλήρης απασχόληση
Πάτρα
  • ଶିକ୍ଷା

ଭୁବନେଶ୍ବର ବିଶ୍ୱ ଦକ୍ଷତା କେନ୍ଦ୍ରର ସପ୍ତମ ବ୍ୟାଚ୍ ସମାବର୍ତ୍ତନ ଉତ୍ସବ: “ସଫଳତା ପାଇଁ ଦକ୍ଷତା ହେଉଛି ନୂତନ କରେନ୍ସି”

Saswati Patra July 13, 2026 (Last updated: July 13, 2026) 1 minute read

Share This Article:

ଭୁବନେଶ୍ୱର, ୧୩/୦୭/୨୦୨୬: ସଫଳତା ପାଇଁ ଦକ୍ଷତା ହେଉଛି ନୂତନ କରେନ୍ସି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ସପ୍ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏହି ବ୍ୟାଚ୍ରେ ମୋଟ ୫୦୬ ଜଣ ଛାତ୍ରଛାତ୍ରୀ ଶିଳ୍ପ-ଅନୁକୂଳ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ କରିଛନ୍ତି, ଯାହା ଓଡ଼ିଶାକୁ ବିଶ୍ୱସ୍ତରୀୟ ଦକ୍ଷତା ବିକାଶର ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି। ମାନ୍ୟବର ମନ୍ତ୍ରୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଅବସରକୁ ଓଡ଼ିଶାର ଯୁବପିଢ଼ିଙ୍କ ଆଶା ଆକାଂକ୍ଷା, ଅକ୍ଲାନ୍ତ ପରିଶ୍ରମ ଏବଂ ଅସୀମ ସମ୍ଭାବନାର ଏକ ସମାରୋହ ଭାବେ ଦର୍ଶାଇଥିଲେ। ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ଏହି ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ର ହାସଲ କରିବା ପାଇଁ ନୁହେଁ, ବରଂ ରାଜ୍ୟ, ଦେଶ ଏବଂ ବିଶ୍ୱ ଅର୍ଥନୀତିରେ ଯୋଗଦାନ ଦେବା ପାଇଁ ଭବିଷ୍ୟତ-ଉପଯୋଗୀ କାର୍ଯ୍ୟବଳ ପ୍ରସ୍ତୁତ କରିବା ପାଇଁ ଅଭିପ୍ରେତ। “୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା” ର ସ୍ୱପ୍ନକୁ ସାକାର କରିବା ଏବଂ “୨୦୪୭ ସୁଦ୍ଧା ବିକଶିତ ଭାରତ”ର ଜାତୀୟ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବିକାଶ ପ୍ରମୁଖ ସ୍ତମ୍ଭ ହୋଇ ରହିଛି। ଆଗାମୀ ଦିନର ନୂଆ ଟେକ୍ନୋଲୋଜି ଏବଂ ଭବିଷ୍ୟତର ଶିଳ୍ପ ଜଗତ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ‘ନେକ୍ସଟ୍-ଜେନେରେସନ୍ ସ୍କିଲ୍ସ’ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି।

ମୋଟ ୫୦୬ ଜଣ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୧ ଜଣ ହେଉଛନ୍ତି ମହିଳା, ଯାହା ୫୧ ପ୍ରତିଶତରୁ ଅଧିକ। ଏହା ଶିଳ୍ପ-ଭିତ୍ତିକ ଦକ୍ଷତା ଶିକ୍ଷାରେ ମହିଳାମାନଙ୍କର ବଢ଼ୁଥିବା ଆତ୍ମବିଶ୍ୱାସ ଏବଂ ଅଂଶଗ୍ରହଣକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଏହା ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୩ ପ୍ରତିଶତରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇସାରିଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଦୁବାଇର ପ୍ରତିଷ୍ଠିତ ‘ଅଲ୍ ଘୁରୈର୍’ କମ୍ପାନୀରେ ନିଯୁକ୍ତି ପାଇଛନ୍ତି, ଯାହା “ସ୍କିଲଡ-ଇନ୍-ଓଡ଼ିଶା” ବ୍ରାଣ୍ଡର ବିଶ୍ୱସ୍ତରୀୟ ସ୍ୱୀକୃତିକୁ ଆହୁରି ମଜବୁତ କରିଛି। ଏହି ଗୌରବମୟ ଅବସରରେ, ମାନ୍ୟବର ମନ୍ତ୍ରୀ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏକ ଅତ୍ୟାଧୁନିକ ‘ସ୍ପାସିଆଲ୍ ଏଆଇ ଲ୍ୟାବ୍’ର ଉଦ୍ଘାଟନ କରିଛନ୍ତି। ଆମେରିକାର ‘ଇଓନ୍ ରିଅଲିଟି’ ଏବଂ ସିଙ୍ଗାପୁରର ‘ଆଇଟିଇଇଏସ୍’ର ସହଯୋଗରେ ପ୍ରତିଷ୍ଠିତ ଏହି ଲ୍ୟାବ୍ ଛାତ୍ରଛାତ୍ରୀମାନଙ୍କୁ ସ୍ପାସିଆଲ୍ ଏଆଇ ଏବଂ ଜିଓସ୍ପାସିଆଲ୍ ଟେକ୍ନୋଲୋଜିରେ ଉଚ୍ଚ ସାମର୍ଥ୍ୟ ସମ୍ପନ୍ନ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ଶିଳ୍ପ ସହଯୋଗୀ, ଫ୍ୟାକଲଟି ସଦସ୍ୟ ଏବଂ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।

About The Author

Saswati Patra

Author

View All Posts

Post navigation

Previous: ବ୍ୟାଙ୍କକ୍ରେ ଭୟାବହ ଅଗ୍ନିକାଣ୍ଡ: ପବ୍ରେ ନିଆଁ ଲାଗି ୨୭ ମୃତ, ଅନେକ ଆହତ

Next: ବେଲଜିୟମ ଗସ୍ତ ପାଇଁ ଜୁନିୟର ଭାରତୀୟ ପୁରୁଷ ହକି ଟିମ୍ରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସିର ୭କ୍ୟାଡେଟ୍

About The Author

Saswati Patra

Author

View All Posts

Post navigation

Previous: ବ୍ୟାଙ୍କକ୍ରେ ଭୟାବହ ଅଗ୍ନିକାଣ୍ଡ: ପବ୍ରେ ନିଆଁ ଲାଗି ୨୭ ମୃତ, ଅନେକ ଆହତ

Next: ବେଲଜିୟମ ଗସ୍ତ ପାଇଁ ଜୁନିୟର ଭାରତୀୟ ପୁରୁଷ ହକି ଟିମ୍ରେ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସିର ୭କ୍ୟାଡେଟ୍

Πώς να εφαρμόσει

Για να υποβάλετε αίτηση για αυτήν την εργασία θα πρέπει να εξουσιοδοτήσετε στον ιστότοπό μας. Εάν δεν έχετε ακόμα λογαριασμό, εγγραφείτε.

Δημοσιεύστε ένα βιογραφικό