ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଓଡ଼ିଶାର ୧୩ଟି EMRSରେ ସ୍ପେସ୍ ଲ୍ୟାବ୍ ଉଦ୍ଘାଟିତ

Yuva Samay
Πλήρης απασχόληση
Πάτρα
  • ଖବର
  • ଶିକ୍ଷା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଓଡ଼ିଶାର ୧୩ଟି EMRSରେ ସ୍ପେସ୍ ଲ୍ୟାବ୍ ଉଦ୍ଘାଟିତ

Saswati Patra June 3, 2026 (Last updated: June 3, 2026) 1 minute read

Share This Article:

ନୂଆଦିଲ୍ଲୀ,୦୩/୦୬:ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ ୭୫ଟି ମନୋନୀତ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS)ରେ ସ୍ଥାପିତ ‘ସ୍ପେସ୍ ଲ୍ୟାବ୍’ର ଭର୍ଚୁଆଲ୍ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଆଲ ଓରାମ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ ଉପସ୍ଥିତ ଥିଲେ।

ଓଡ଼ିଶାର ୧୩ଟି ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ଏହି ଜାତୀୟ ପଦକ୍ଷେପରେ ସାମିଲ ହୋଇଛି। କୋରାପୁଟର କୋଟପାଡ ଓ କୁନ୍ଦ୍ରା, ମାଲକାନଗିରିର ମାଥିଲି, କଳାହାଣ୍ଡିର ଥୁଆମୁଳ ରାମପୁର, କେନ୍ଦୁଝରର ପାଟନା ଏବଂ ମୟୂରଭଞ୍ଜର ରାଇରଙ୍ଗପୁର, ଠାକୁରମୁଣ୍ଡା, ବାରିପଦା, ବଡ଼ସାହି, କପ୍ତିପଦା, କୋଲିଆନା, ରାସଗୋବିନ୍ଦପୁର ଓ ଉଦଳା EMRSରେ ଏହି ସ୍ପେସ୍ ଲ୍ୟାବ୍ ସ୍ଥାପିତ ହୋଇଛି।

ଏହି ସ୍ପେସ୍ ଲ୍ୟାବ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ, ରୋବୋଟିକ୍ସ, ସାଟେଲାଇଟ୍ ପ୍ରଯୁକ୍ତି, ନବସୃଜନ ଏବଂ ଆଧୁନିକ ବୈଜ୍ଞାନିକ ଶିକ୍ଷା ସହ ଜଡିତ ବିଷୟରେ ବ୍ୟବହାରିକ ଜ୍ଞାନ ହାସଲ କରିପାରିବେ। ଏହା ଆଦିବାସୀ ଅଞ୍ଚଳର ଶିକ୍ଷାର୍ଥୀଙ୍କୁ ଭବିଷ୍ୟତର ବିଜ୍ଞାନ ଓ ପ୍ରଯୁକ୍ତି ଭିତ୍ତିକ କ୍ୟାରିୟର ପାଇଁ ପ୍ରସ୍ତୁତ କରିବ।

ସ୍ପେସ୍ ଲ୍ୟାବ୍ ସ୍ଥାପନ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଓ ଅନୁସନ୍ଧାନ ପ୍ରବୃତ୍ତିର ବିକାଶ ଘଟିବା ସହ ଡିଜିଟାଲ୍ ଓ ସମାବେଶୀ ଶିକ୍ଷାକୁ ନୂଆ ଦିଗ ମିଳିବ। ଆଦିବାସୀ ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

About The Author

Saswati Patra

Author

View All Posts

Post navigation

Previous: ଓଡ଼ିଶା ଅର୍ବାନ୍ ଏକାଡେମୀ ହଷ୍ଟେଲ୍ ଉଦ୍ଘାଟିତ

Next: ଆପଦ ସମୟରେ ଫସଲ ସୁରକ୍ଷା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ପ୍ରଶିକ୍ଷଣ

About The Author

Saswati Patra

Author

View All Posts

Post navigation

Previous: ଓଡ଼ିଶା ଅର୍ବାନ୍ ଏକାଡେମୀ ହଷ୍ଟେଲ୍ ଉଦ୍ଘାଟିତ

Next: ଆପଦ ସମୟରେ ଫସଲ ସୁରକ୍ଷା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ପ୍ରଶିକ୍ଷଣ

Πώς να εφαρμόσει

Για να υποβάλετε αίτηση για αυτήν την εργασία θα πρέπει να εξουσιοδοτήσετε στον ιστότοπό μας. Εάν δεν έχετε ακόμα λογαριασμό, εγγραφείτε.

Δημοσιεύστε ένα βιογραφικό