ସୋଆ ସମାବର୍ତ୍ତନ ଉତ୍ସବ: ପ୍ରଯୁକ୍ତି କେବେ ବି ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ ବୋଲି କହିଲେ ହାଇକୋର୍ଟ ମୁଖ୍ୟ ବିଚାରପତି

Yuva Samay
Πλήρης απασχόληση
Πάτρα
  • ଶିକ୍ଷା

ସୋଆ ସମାବର୍ତ୍ତନ ଉତ୍ସବ: ପ୍ରଯୁକ୍ତି କେବେ ବି ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ ବୋଲି କହିଲେ ହାଇକୋର୍ଟ ମୁଖ୍ୟ ବିଚାରପତି

Saswati Patra July 18, 2026 (Last updated: July 18, 2026) 1 minute read

Share This Article:

ଭୁବନେଶ୍ୱର, ଜୁଲାଇ ୧୮: ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଆବିର୍ଭାବ ଅଦାଲତର କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିଥିଲେ ମଧ୍ୟ ଏହା କେବେ ହେଲେ ମାନବୀୟ ସଚେତନତା, ସମ୍ବେଦନଶୀଳତା, ସ୍ୱତନ୍ତ୍ର ଓ ସ୍ୱାଧୀନ ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ହରିଶ ଟଣ୍ଡନ ଶନିବାର ଏହା ପ୍ରକାଶ କରିଛନ୍ତି। ପ୍ରଯୁକ୍ତିର ବିକାଶ ପାରମ୍ପରିକ ଅଦାଲତ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥାଏ, କିନ୍ତୁ ଏହା କେବେ ବି ମାନବୀୟ ବିଚାର ଶକ୍ତିର ସ୍ଥାନ ନେଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସେ ପ୍ରଯୁକ୍ତିକୁ ବିରୋଧ କରୁନାହାନ୍ତି, କାରଣ ଏହା କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ଅତ୍ୟନ୍ତ ଦ୍ରୁତ ଗତିରେ ସୂଚନା ପ୍ରକ୍ରିୟାକରଣରେ ସହାୟକ ହେଉଛି। କିନ୍ତୁ ଏହା କେବେ ବି ମାନବୀୟ ସମ୍ବେଦନଶୀଳତା ଓ ଆଇନଗତ ଯୁକ୍ତିର ସ୍ଥାନ ନେଇପାରିବ ନାହିଁ। ଏହି ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବ ପରିପ୍ରେକ୍ଷୀରେ ୩୦୦ରୁ ଅଧିକ ଗବେଷକଙ୍କୁ ପିଏଚ୍.ଡି. ଉପାଧି ପ୍ରଦାନ କରାଯାଇଥିଲା। ଏହି ଅବସରରେ ସୋଆ ପକ୍ଷରୁ ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ କୃଷ୍ଣ ଶ୍ରୀପଦ ଦୀକ୍ଷିତଙ୍କୁ ସମ୍ମାନସୂଚକ ‘ଡକ୍ଟର ଅଫ୍ ଲ’’ (ହନରରିସ କଜା) ଉପାଧି ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଓଡ଼ିଶା ହାଇକୋର୍ଟର ୧୫ ଜଣ ଏବଂ କର୍ଣ୍ଣାଟକ ହାଇକୋର୍ଟର ୫ ଜଣ ବିଚାରପତି ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର (ଡା.) ଅମିତ ବାନାର୍ଜୀ ଏହି ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ।

ନ୍ୟାୟମୂର୍ତ୍ତି ଶ୍ରୀ ଟଣ୍ଡନ ନିଜ ବକ୍ତବ୍ୟରେ କହିଥିଲେ ଯେ ଏକ ସମାଜର ପ୍ରକୃତ ମୂଲ୍ୟାଙ୍କନ ତାହାର ନ୍ୟାୟସଙ୍ଗତ ଆଇନ ବ୍ୟବସ୍ଥା ଉପରେ ନିର୍ଭର କରେ। ଆଇନର ଶାସନ କେବଳ ଏକ ଧାରଣା ନୁହେଁ, ବରଂ ଏହା ନୈତିକତା, ସତ୍ୟନିଷ୍ଠା ଓ ସ୍ୱଚ୍ଛତାକୁ ନେଇ ଗଠିତ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ନ୍ୟାୟ ପ୍ରଦାନ। ସାମ୍ବିଧାନିକ ନୈତିକତା ହେଉଛି ଆମ ସଂଘୀୟ ବ୍ୟବସ୍ଥାର ପ୍ରାଣଶକ୍ତି। ଏହା ସମ୍ବିଧାନରେ ନିହିତ ଆଦର୍ଶଗୁଡ଼ିକକୁ ସୁରକ୍ଷିତ ରଖିବା ସହ ନ୍ୟାୟ, ମର୍ଯ୍ୟାଦା ଓ ଦାୟିତ୍ୱବୋଧ ମାଧ୍ୟମରେ ସମାଜର ଅଗ୍ରଗତିକୁ ସୁନିଶ୍ଚିତ କରିଥାଏ। ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ‘ସନ୍ତୋଷ ସିଂହ ବନାମ ୟୁନିଅନ ଅଫ୍ ଇଣ୍ଡିଆ’ ମାମଲାର ରାୟକୁ ଉଲ୍ଲେଖ କରି ସେ କହିଥିଲେ ଯେ ଗଣତନ୍ତ୍ରର ପ୍ରକୃତ ଶକ୍ତି କେବଳ ସମ୍ବିଧାନର ବିଭିନ୍ନ ଧାରାରେ ନୁହେଁ, ବରଂ ଯେଉଁମାନେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି ସେମାନଙ୍କର ଦାୟିତ୍ୱବୋଧ ଓ ପ୍ରତିବଦ୍ଧତାରେ ନିହିତ ଅଟେ। ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ବିଭିନ୍ନ ମତ ଓ ଚିନ୍ତାଧାରାକୁ ସମ୍ମାନ ଦେବା, ସହନଶୀଳତା ଏବଂ ସମାଜର ଅବହେଳିତ ଲୋକଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ଅତ୍ୟନ୍ତ ଆବଶ୍ୟକ। ଏହା ଡକ୍ଟର ବି.ଆର. ଆମ୍ବେଦକର ୧୯୪୮ ମସିହା ନଭେମ୍ବର ୪ରେ କନଷ୍ଟିଚ୍ୟୁସନାଲ ଆସେମ୍ବ୍ଲିରେ ଦେଇଥିବା ଐତିହାସିକ ଭାଷଣର ପୁନଃପ୍ରତିପାଦନ ବୋଲି ସେ ଅଭିହିତ କରିଥିଲେ। ଆଇନ ବିଭାଗର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ଜଣେ ଆଇନଜୀବୀଙ୍କର ପ୍ରଥମ ଓ ସ୍ଥାୟୀ କର୍ତ୍ତବ୍ୟ ଅଦାଲତ ଏବଂ ଆଇନ ପ୍ରତି ରହିଛି। ଜଣେ ଓକିଲ କେବଳ ତାଙ୍କ ମହକିଲଙ୍କ ମୁଖପାତ୍ର ବୋଲି ଭାବିବା ଭୁଲ୍। ଆଇନ, ନୈତିକତା ଓ ନୀତି ହେଉଛି ଆଇନ ବୃତ୍ତିର ମୂଳ ଭିତ୍ତି।

ସେହିପରି ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତ୍ତି ଶ୍ରୀ କୃଷ୍ଣ ଶ୍ରୀପଦ ଦୀକ୍ଷିତ ସୋଆ ବିଶ୍ୱବିଦ୍ୟାଳୟର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ଏହା ଖୁବ୍ ଶୀଘ୍ର ବିଶ୍ୱର ପ୍ରସିଦ୍ଧ ଓ ମହାନ ବିଶ୍ୱବିଦ୍ୟାଳୟ ଗୁଡ଼ିକର ତାଲିକାରେ ସ୍ଥାନ ପାଇବ। ଏଥିସହ ସେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଭାରତରେ ଗବେଷଣା ପାଇଁ ବଜେଟ୍ ବ୍ୟବସ୍ଥା ଅତ୍ୟନ୍ତ କମ୍ ରହିଛି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲର ଉଦାହରଣ ଦେଇ ସେ କହିଥିଲେ ଯେ ୧୯୪୮ରେ ଏକ ସ୍ୱତନ୍ତ୍ର ଦେଶ ଭାବେ ଗଠିତ ହେବା ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବେନ୍ ଗୁରିଅନ୍ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଯିହୁଦୀ ବିଦ୍ୱାନମାନଙ୍କୁ ଦେଶକୁ ଫେରି ଗବେଷଣା ଓ ବିକାଶରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ପିଏଚ୍.ଡି. ଉପାଧି ପାଇଥିବା ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଆଇନ ସମ୍ପର୍କିତ ସଚେତନତା ବିନା କୌଣସି ଗବେଷଣା ସମ୍ପୂର୍ଣ୍ଣ ହୁଏ ନାହିଁ। ଜ୍ଞାନ ଆମକୁ କ’ଣ ସମ୍ଭବ ତାହା ଜଣାଏ, ପ୍ରଜ୍ଞା ଆମକୁ କ’ଣ ବାଞ୍ଛନୀୟ ତାହା ଶିଖାଏ ଏବଂ ଆଇନ ସମ୍ପର୍କିତ ସଚେତନତା ଆମକୁ କ’ଣ ଅନୁମୋଦିତ, ଦାୟିତ୍ୱପୂର୍ଣ୍ଣ ଓ ନ୍ୟାୟସଙ୍ଗତ ତାହା ବୁଝାଇଥାଏ।

କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ ବିଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସୋଆ ବର୍ତ୍ତମାନ ଉଚ୍ଚମାନର ଶିକ୍ଷା ଓ ଗବେଷଣାର ଏକ ଅଗ୍ରଣୀ କେନ୍ଦ୍ରରେ ପରିଣତ ହୋଇଛି। ବିଶ୍ୱବିଦ୍ୟାଳୟର ୧୮ଟି ଗବେଷଣା କେନ୍ଦ୍ରରେ ୨୭ଟି ଜାତୀୟ ପ୍ରାଥମିକତାପ୍ରାପ୍ତ କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଚାଲିଛି। ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ସୋଆ ପକ୍ଷରୁ ଦୁଇଟି ମେଡିକାଲ କଲେଜ ଏବଂ ବ୍ରହ୍ମପୁରରେ ଥିବା ହସ୍ପିଟାଲ ସମେତ ଦୁଇଟି ପ୍ରମୁଖ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି, ଯାହା ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକର ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ କେନ୍ଦ୍ର ଭାବେ ବିଶ୍ୱସନୀୟତା ଲାଭ କରିପାରିଛି। ବିଶେଷ କରି କୋଭିଡ୍ ମହାମାରୀ ସମୟରେ ସୋଆ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଞ୍ଚଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯାଇଥିଲା, ଯେଉଁଥିରେ ୫୦ ହଜାରରୁ ଅଧିକ ରୋଗୀଙ୍କ ସଫଳ ଚିକିତ୍ସା କରାଯାଇଥିଲା। ଏହି ସମଗ୍ର ସମାବର୍ତ୍ତନ ଉତ୍ସବକୁ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ତଥା ଉପକୁଳପତି ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ) ପ୍ରଫେସର ଜୟନ୍ତ କୁମାର ନାଥ ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ।

About The Author

Saswati Patra

Author

View All Posts

Post navigation

Previous: ରଥଯାତ୍ରାରେ ୟିପି!ର ସାଂସ୍କୃତିକ ଝଲକ: ଓଡ଼ିଶାର ୧୩ ପାରମ୍ପରିକ ପାର୍ବଣ ସ୍ୱାଦରେ ନୁଡଲ୍ସର ନବରୂପ

Next: ଓଡ଼ିଶାରେ ନିର୍ମାଣ ହେବ ନୂଆ ଉପକୂଳବର୍ତ୍ତୀ ରାଜପଥ: ପର୍ଯ୍ୟଟନ ଓ ଅର୍ଥନୀତିକୁ ମିଳିବ ବଡ଼ ବଳ

About The Author

Saswati Patra

Author

View All Posts

Post navigation

Previous: ରଥଯାତ୍ରାରେ ୟିପି!ର ସାଂସ୍କୃତିକ ଝଲକ: ଓଡ଼ିଶାର ୧୩ ପାରମ୍ପରିକ ପାର୍ବଣ ସ୍ୱାଦରେ ନୁଡଲ୍ସର ନବରୂପ

Next: ଓଡ଼ିଶାରେ ନିର୍ମାଣ ହେବ ନୂଆ ଉପକୂଳବର୍ତ୍ତୀ ରାଜପଥ: ପର୍ଯ୍ୟଟନ ଓ ଅର୍ଥନୀତିକୁ ମିଳିବ ବଡ଼ ବଳ

Πώς να εφαρμόσει

Για να υποβάλετε αίτηση για αυτήν την εργασία θα πρέπει να εξουσιοδοτήσετε στον ιστότοπό μας. Εάν δεν έχετε ακόμα λογαριασμό, εγγραφείτε.

Δημοσιεύστε ένα βιογραφικό